ପୁରୀଠୁ ୫୩୦ କିମି ଦୂରରେ ବାତ୍ୟା ଜୱାଦ

ଭୁବନେଶ୍ୱର, ୩/୧୨: ଅତି ଭୟଙ୍କର ଭାବେ ମାଡି ଆସୁଛି ବାତ୍ୟା ଜୱାଦ। ପୁରୀଠୁ ୫୩୦ କିମି ଦୂରରେ ରହିଛି ଜୱାଦ। ଗତ ୬ ଘଣ୍ଟା ଧରି ୨୨ କିମି ବେଗରେ ଗତି କରୁଛି। ପୁରୀଠୁ ୫୩୦ ଓ ଗୋପାଳପୁରରୁ ୪୭୦ କିମି ଦୂରରେ ଥିବା ସୂଚନା ରହିଛି। ସେହିପରି ପାରାଦୀପରୁ ୬୦୦ ଓ ବିଶାଖାପାଟଣାଠାରୁ ୩୬୦ କିମି ଦୂରରେ ବାତ୍ୟା ରହିଛି। ଆସନ୍ତାକାଲି ସକାଳେ ଆନ୍ଧ୍ର-ଓଡ଼ିଶା ଉପକୂଳରେ ପହଞ୍ଚିବ ‘ଜୱାଦ’।