ବାତ୍ୟାକୁ ନେଇ କଣ କହିଲେ ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ୱର, ୩/୧୨: ବାତ୍ୟାକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇ କହିଛନ୍ତି ଯେ ଓଡ଼ିଶା ଉପକୂଳ ଦେଇ ଗତିକରିବ ବାତ୍ୟା । ପୁରୀ ଜିଲ୍ଲାରେ ଆଂଶିକ ମାଡ ହୋଇଯିବ ବାତ୍ୟା । ୪ତାରିଖ ସଂଧ୍ୟା କିମ୍ବା ୫ ତାରିଖ ସକାଳେ ଲାଣ୍ଡଫଲ କରିପାରେ ବାତ୍ୟା । ଏହାର ପ୍ରଭାବରେ ରାଜ୍ୟର ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଅଧିକ ପ୍ରଭାବ ରହିବ । ଆଜି ମଧ୍ୟରାତ୍ରୀରୁ ବର୍ଷା ଆରମ୍ଭ ହେବା ବେଳେ ଆସନ୍ତାକାଲିଠାରୁ ବର୍ଷାର ପରିମାଣ ବଢିବ । ଲାଣ୍ଡଫଲ ବେଳେ ପବନର ବେଗ ୮୦ରୁ ୯୦ କିମି ରହିବ ।  ଗଂଜାମ, କଟକ, ଖୋର୍ଦ୍ଧାରେ ପବନର ବେଗ ୬୦ରୁ ୭୦ କିମି ରହିବ ।