ଗୋପାଳପୁରଠାରୁ ୧୨୫ କିମି ଦୂରରେ ବାତ୍ୟା ଗୁଲାବ

ଭୁବନେଶ୍ୱର, ୨୬/୯: ବଙ୍ଗୋପସାଗରରେ ଉପକୂଳ ଆଡ଼କୁ ପାଖେଇ ଆସୁଛି ବାତ୍ୟା ‘ଗୁଲାବ’ । ଗଞ୍ଜାମର ଗୋପାଳପୁରଠାରୁ ୧୨୫ କିମି ଦୂରରେ ବାତ୍ୟା ରହିଛି । ସେହିପରି ଆନ୍ଧ୍ରର କଳିଙ୍ଗପଟନମ୍‌ଠାରୁ ୧୬୦ କିମି ଦୂରରେ ଅଛି ବାତ୍ୟା । ଗତ ୩ ଘଣ୍ଟା ଧରି ୧୭ କିମି ବେଗରେ ଗତି କରୁଛି ଗୁଲାବ । ଗୁଲାବ’ ଦୃଷ୍ଟିରୁ ରାଜ୍ୟର ସବୁ ବନ୍ଦରରେ ସତର୍କ ସୂଚନା ଜାରି ହୋଇଛି । ଗୋପାଳପୁରରେ ୭ ନମ୍ବର ଓ ପୁରୀରେ ୬ ନମ୍ବର ସତର୍କ ସଂକେତ ଜାରି ହୋଇଥିବାବେଳେ ପାରାଦୀପ ଓ ଧାମରା ବନ୍ଦରରେ ୩ ନମ୍ବର ସତର୍କ ସଂକେତ ଜାରି ହୋଇଛି । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦେଶକ ଏଚ୍‌.ଆର୍‌. ବିଶ୍ବାସ ।