ଲ୍ୟାଣ୍ଡଫଲ୍ ପରେ ସାମାନ୍ୟ ରିକର୍ଭ କରିପାରେ ବାତ୍ୟା ଦାନା

ଭୁବନେଶ୍ୱର,୨୪/୧୦: ବାତ୍ୟା ଦାନା ଲ୍ୟାଣ୍ଡଫଲ୍ ପରେ ସାମାନ୍ୟ ରିକର୍ଭ କରିପାରେ । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି। IMD ପୂର୍ବାନୁମାନ କରିଥିବା ସ୍ଥାନରେ ସ୍ଥଳଭାଗ ଛୁଇଁବ ବାତ୍ୟା। ମାତ୍ର ଲ୍ୟାଣ୍ଡଫଲ୍ ପରେ ଗତିପଥରେ ସାମାନ୍ୟ ରିକର୍ଭ କରିବ ବୋଲି ଜଣାପଡିଛି। ଓଡ଼ିଶା ଉପକୂଳ ମୁହାଁଉଛି ଭୀଷଣ ବାତ୍ୟା ‘ଦାନା’। ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଏବେ ତାହା ପାରାଦୀପଠାରୁ ୨୮୦ କିଲୋମିଟର ଏବଂ ଧାମରାରୁ ୩୧୦ କିଲୋମିଟର ଦୂରରେ ରହିଛି । ଗତ ୬ ଘଣ୍ଟା ଧରି ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି । ଲ୍ୟାଣ୍ଡଫଲ୍ ବେଳେ ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିପାରେ ବୋଲି ଆକଳନ କରାଯାଇଛି। ବାତ୍ୟା ପ୍ରଭାବରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ସକାଳୁ ସକାଳୁ ପବନର ବେଗ ବଢିବାରେ ଲାଗିଛି।

Leave a Reply

Your email address will not be published. Required fields are marked *