ବାତ୍ୟା ଦାନାରେ ବେଶି ପ୍ରଭାବିତ ହେବେ ଏହି ୩ଟି ଜିଲ୍ଲା

ଭୁବନେଶ୍ବର,୨୩/୧୦: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ନେଇ ଅପଡେଟ୍ ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସେ କହିଛନ୍ତି, ବାତ୍ୟା ‘ଦାନା’ର ପ୍ରଭାବ ଭଦ୍ରକ, କେନ୍ଦ୍ରାପଡ଼ା ଓ ବାଲେଶ୍ବର ଜିଲ୍ଲାରେ ଅଧିକ ରହିବ। ଏହାଛଡ଼ା ଯାଜପୁର ଏବଂ ଜଗତସିଂହପୁର ଜିଲ୍ଲା ବି ପ୍ରଭାବିତ ହେବ। ଧାମରା ଓ ଭିତରକନିକା ମଧ୍ୟରେ ସ୍ଥଳଭାଗ ଛୁଇଁବ।

ଏହି ବାତ୍ୟାର ପ୍ରଭାବରେ ବିଭିନ୍ନ ଚାଷୀ କ୍ଷତିଗ୍ରସ୍ତ ହେବେ।  ଭିତରକନିକାର ଜାତୀୟ ଉଦ୍ୟାନ ଥିବା ହେତୁ ସରକାର ଏଥିନେଇ ସତର୍କ ଅଛନ୍ତି। ୨୫ ତାରିଖ ସକାଳ ସୁଦ୍ଧା  ଲାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିବ।  ତେଣୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

Leave a Reply

Your email address will not be published. Required fields are marked *