ବାତ୍ୟା ଦାନା ପ୍ରଭାବ, ୩ ଘଣ୍ଟା ସତର୍କ ରୁହନ୍ତୁ ଏହି ୫ଜିଲ୍ଲା

ଭୁବନେଶ୍ୱର,୨୪/୧୦:  ବାତ୍ୟା ‘ଦାନା’ ପ୍ରଭାବରେ ଆସନ୍ତା ତିନି ଘଣ୍ଟା ମଧ୍ୟରେ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ମଧ୍ୟମରୁ ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ପୂର୍ବାନୁମାନ କରିଛି ଆଇଏମଡି। ତେଣୁ ଓଡିଶାର ପାଞ୍ଚଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଦାନା’ର ପ୍ରଭାବରେ ସାମୁଦ୍ରିକ ବାତ୍ୟା ‘ଦାନା’ପ୍ରଭାବରେ ତୁହାକୁ ତୁହା ବର୍ଷା ସହିତ ପବନ ବେଗ ମଧ୍ୟ ଧୀରେଧୀରେ ବଢ଼ିବାରେ ଲାଗିଛି।

ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଏବଂ ଯାଜପୁର ଜିଲ୍ଲା ଆସନ୍ତା ତିନି ଘଣ୍ଟା ମଧ୍ୟରେ ବାତ୍ୟା ‘ଦାନା’ ଯୋଗୁ ପ୍ରଭାବିତ ହେବ। ଏସବୁ ଜିଲ୍ଲାର ବାସିନ୍ଦାଙ୍କୁ ସତର୍କ ରହିବାକୁ ଏବଂ ବଜ୍ରପାତରୁ ନିଜକୁ ରକ୍ଷା କରିବା ପାଇଁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *