ମାଡି ଆସୁଛି ବାତ୍ୟା ଦାନା, ଆଜି ଓ ଆସନ୍ତାକାଲି ବନ୍ଦ ରହିବ ନନ୍ଦନକାନନ

ଭୁବନେଶ୍ୱର,୨୪/୧୦:ମାଡି ଆସୁଛି ବାତ୍ୟା ଦାନା। ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ବନ୍ଦ ରହିବ ନନ୍ଦନକାନନ। ବାତ୍ୟା ଦାନା ଓ ଏହାର ପ୍ରଭାବରେ ହେବାକୁ ଥିବା ବର୍ଷାକୁ ଦୃଷ୍ଟିରେ ରଖି ୨୪ ଏବଂ ୨୫ ତାରିଖ ଦୁଇ ଦିନ ଲାଗି ଜୁ’ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।ବାତ୍ୟା ବେଳେ ପଶୁ ପକ୍ଷୀଙ୍କ ପାଇଁ ପାନୀୟ ଜଳ ଓ ଖାଦ୍ୟ ମହଜୁଦ ରଖାଯାଉଛି। ବିଶେଷ କରି ବାଘ, ଭାଲୁ ଭଳି ବଡ଼ ପଶୁମାନଙ୍କୁ ଫିଡିଂ ସେଲରେ ଆବଦ୍ଧ କରି ରଖାଯିବ। ସେମାନଙ୍କୁ ସେଲ୍ ଭିତରେ ଖାଦ୍ୟ ଯୋଗାଇ ଦିଆଯିବ। ଛୋଟ ଛୋଟ ପକ୍ଷୀମାନଙ୍କୁ ସ୍ପେଶାଲ୍ ଏନକ୍ଳୋଜରରେ ରଖାଯାଇଛି। ସେହିପରି ବଡ଼ ପକ୍ଷୀମାନଙ୍କ ଏନକ୍ଲୋଜରକୁ ନେଟ୍ ଦ୍ୱାରା ଆଚ୍ଛାଦିତ କରାଯାଉଛି। ଅନ୍ୟପକ୍ଷରେ କାଚ ଘରେ ରଖାଯାଇଥିବା ସାପମାନେ ଯେପରି ସୁରକ୍ଷିତ ରହିବେ ସେଥିପାଇଁ ଗାର୍ଡୱାଲ୍ ତିଆରି କରାଯାଇଛି। ଏହା ସହ ବାତ୍ୟା ଦାନାର ମୁକାବିଲା ପାଇଁ ଆବଶ୍ୟକ ସରଞ୍ଜାମ ସହିତ ଆଲର୍ଟରେ ରହିଛନ୍ତି ୪ଟି କୁଇକ୍ ରିଆକ୍ସନ ଟିମ୍।

Leave a Reply

Your email address will not be published. Required fields are marked *