ସମ୍ଭାବ୍ୟ ବାତ୍ୟା ଦାନା ମୁକାବିଲା ପାଇଁ ୬ଟି ଜିଲ୍ଲାକୁ ପଠାଗଲା ୬ଜଣ ବରିଷ୍ଠ ଆଇଏଏସ

ଭୁବନେଶ୍ୱର,୨୨/୧୦: ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ‘ଦାନା’ ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବାବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପ୍ରଭାବିତ ହେବାକୁ ଥିବା ୬ଟି ଜିଲ୍ଲାକୁ ୬ଜଣ ବରିଷ୍ଠ ଆଇଏଏସଙ୍କୁ ପଠାଯାଇଛି। ଆଜି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଯୋଗୁ ପ୍ରଭାବିତ ହେବାକୁ ଥିବା ୬ଟି ଜିଲ୍ଲାରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସହ ବାତ୍ୟା ସଂକ୍ରାନ୍ତ କାର୍ଯ୍ୟର ତଦାରଖ ନିମନ୍ତେ ୬ଜଣ ବରିଷ୍ଠ ଆଇଏଏସଙ୍କୁ ନିୟୋଜିତ କରାଯାଇଛି । ଏହି ଅଫିସରମାନେ ଆସନ୍ତାକାଲି ଅର୍ଥାତ୍ ୨୩ତାରିଖ ସୁଦ୍ଧା ସେମାନଙ୍କୁ ଆବଂଟିତ ଜିଲ୍ଲାକୁ ନିଶ୍ଚିତ ଭାବେ ଯିବେ । ସେଠାରେ ରହି ତଦାରଖ କାର୍ଯ୍ୟ କରିବେ । ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ପୁରୀ, ମୟୂରଭଞ୍ଜ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଏହି ଆଇଏଏସ୍ ଅଫିସରମାନଙ୍କୁ ନିଯୁକ୍ତି ଦିଆଯାଇଛି ।

Leave a Reply

Your email address will not be published. Required fields are marked *