ଅବପାତରେ ପରିଣତ ହେଲା ଓ୍ବେଲ ମାର୍କଡ୍ ଲୋ ପ୍ରେସର

ଭୁବନେଶ୍ୱର, ୨୦/୩:ଅବପାତରେ ପରିଣତ ହୋଇଛି ଓ୍ବେଲ-ମାର୍କଡ୍ ଲୋ ପ୍ରେସର। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ଅବପାତ ରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ ଅବପାତ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ବାତ୍ୟାର ରୂପ ନେବ ଅବପାତ।

ସୂଚନାଯୋଗ୍ୟ ଯେ ପୂର୍ବରୁ ୨୩ ସଂଧ୍ୟାରେ ବାତ୍ୟା ବାଂଲାଦେଶ ଉପକୂଳ ଛୁଇଁବ ବୋଲି ସୂଚନା ରହିଛି। ବାତ୍ୟା ଆକାରରେ ୨୩ ସଂଧ୍ୟାରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବ। ସେହିପରି ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ପଡ଼ିବ ନାହିଁ। ବାତ୍ୟା ପ୍ରଭାବ ପଡ଼ିବନି କି ପବନବର୍ଷା ହେବ ନାହିଁ।