୨୩ରେ ବାଂଲାଦେଶ ଛୁଇଁବ ବାତ୍ୟା, ଜାଣନ୍ତୁ ଆଉ କଣ କହିଲେ ଆଇଏମଡି ଡିଜି?

ନୂଆଦିଲ୍ଲୀ,୧୬/୩: ଲଘୁଚାପ ଓ ସମ୍ଭାବ୍ୟ ବାତ୍ୟା ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୨୩ ସଂଧ୍ୟାରେ ବାତ୍ୟା ବାଂଲାଦେଶ ଉପକୂଳ ଛୁଇଁବ । ସୂଚନାଯୋଗ୍ୟ ଯେ  ଆସନ୍ତାକାଲି ସଂଧ୍ୟାରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ ସୃଷ୍ଟି ହୋଇଛି। ୧୯ ସୁଦ୍ଧା ଆଣ୍ଡାମାନ ସାଗରରେ ୱେଲମାର୍କ ଲୋ-ପ୍ରେସର ରୂପନେବ। କାଳକ୍ରମେ ଦିଗ ବଦଳାଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ୨୦ରେ ଅବପାତ ଓ ୨୧ରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ବାତ୍ୟା ଆକାରରେ ୨୩ ସଂଧ୍ୟାରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବ। ସେହିପରି ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ପଡ଼ିବ ନାହିଁ। ବାତ୍ୟା ପ୍ରଭାବ ପଡ଼ିବନି କି ପବନବର୍ଷା ହେବ ନାହିଁ।