ସମ୍ଭାବ୍ୟ ବାତ୍ୟା ନେଇ ଜିଲ୍ଲାପାଳଙ୍କ ସହ କଥା ହେଲେ ଏସଆରସି

ଭୁବନେଶ୍ୱର, ୨୫/୯: ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇଛି । ଆଜି ସନ୍ଧ୍ୟାରେ ବେଳକୁ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି । ଏହା ପ୍ରଭାବରେ ଆସନ୍ତା ୨୬ ତାରିଖ ବେଳକୁ ପବନର ବେଗ ବଢ଼ିବ। ଏହା ଉତ୍ତର ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇବାକୁ ଥିବା ବେଳେ ୨୬ରେ କଳିଙ୍ଗପାଟଣା ପାଖାପାଖି ଅଞ୍ଚଳରେ ସ୍ଥଳଭାଗ ଛୁଇଁବା ନେଇ ସମ୍ଭାବନା ରହିଛି । ଏନେଇ ୪ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୪ ଜିଲ୍ଲା ଗୁଡିକ ହେଉଛି କନ୍ଧମାଳ, ଗଞ୍ଜାମ, ରାୟଗଡ଼ା ଓ ଗଜପତି । ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା, ପ୍ରବଳ ବର୍ଷା ସମ୍ଭାବନା, ବନ୍ୟା ସ୍ଥିତି, ଭୂସ୍ଖଳନ ନେଇ ଜିଲ୍ଲାପାଳଙ୍କ ସହ କଥା ହୋଇଛି ଏସଆରସି । ଏହାସହ ଜିଲ୍ଲାପାଳମାନେ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ପ୍ରସ୍ତୁତି ବୈଠକ କରିବାକୁ କହିଛନ୍ତି ଏସଆରସି ।