ବଙ୍ଗୋପସଗାରରେ ଆସୁଛି ଆଉ ଏକ ବାତ୍ୟା, ଓଡିଶା ଉପରେ ପଡିବ କି ପ୍ରଭାବ?

ଭୁବନେଶ୍ୱର,୨୨/୧୧: ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଘନୀଭୂତ ହେବାରେ ଲାଗିଛି। ଏଣୁ ଆଉ ଥରେ ଏକ ବାତ୍ୟା ନେଇ ପୂର୍ବାନୁମାନ କରାଯାଉଛି । କିନ୍ତୁ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକଙ୍କ ସୂଚନା ମୁତାବକ ଆସନ୍ତା ୨୬ରୁ ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ସହ ଟ୍ରର୍ଫ ଲାଇନ୍ ପ୍ରଭାବରେ ହେବ ହାଲୁକା ବର୍ଷା ହୋଇପାରେ । ଫଳରେ ଦିନର ତାପମାତ୍ରା କମିବା ସହ ବଢିବ ଶୀତ ।  ଆସନ୍ତାକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପରେ ସେହି ସମାନ ଦିଗ ଅର୍ଥାତ୍ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ନଭେମ୍ବର ୨୫ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ତେବେ ଏହା ଆଗକୁ ଆଉରି ଘନୀଭୂତ ହେବ କି ନାହିଁ ତା ଉପରେ ନଜର ରଖିଛି ପାଣିପାଗ ବିଭାଗ । ବର୍ତ୍ତମାନର ଆକଲନ ଅନୁଯାୟୀ ଅବପାତ ପଣ୍ଡିଚେରୀ ନିକଟରେ ଉପକୂଳ ଅତିକ୍ରମ କରିବ ।