ବାତ୍ୟା ‘ୟଶ’ ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ, ୨୩/୫: ବାତ୍ୟା ‘ୟଶ’ ମୁକାବିଲା ପାଇଁ ଟେଲିକମ୍, ଶକ୍ତି, ଭୂବିଜ୍ଞାନ ସଚିବଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଛନ୍ତି। ସେ ଠିକ୍ ସମୟରେ ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ଗୁରୁତ୍ବାରୋପ କରିଛନ୍ତି। ଏହାସହ ବିଜୁଳି, ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ନ ହେବା ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି। ସେହିପରି ବାତ୍ୟା ଯୋଗୁଁ କରୋନା ଚିକିତ୍ସା ବାଧାପ୍ରାପ୍ତ ନ ହେବା ଉପରେ ଗୁରୁତ୍ବ ଦେବାକୁ ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ପାରାଦୀପ-ସାଗର ଦ୍ବୀପ ମଧ୍ୟରେ ‘ୟଶ’ ଲ୍ୟାଣ୍ଡଫଲ୍‌ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହି ସମୟରେ ପବନର ବେଗ ୧୫୫ରୁ ୧୬୫ କି.ମି. ରହିପାରେ ବୋଲି ସୂଚନା ମିିଳିଛି।