ଅଧିକ ଘନୀଭୂତ ହେବାରେ ଲାଗିଛି ଘୂର୍ଣ୍ଣିବଳୟ

ଭୁବନେଶ୍ୱର,୭/୫: ଅଧିକ ଘନୀଭୂତ ହେଉଛି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ କିଛି ଘଣ୍ଟା ଭିତରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି । ୯ ତାରିଖ ବେଳକୁ ଲଘୁଚାପ ଅଧିକ ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ । ଏହା ପରେ ଅବପାତଟି ଆହୁରି ଘନୀଭୂତ ହେବା ସହ ବାତ୍ୟାର ରୂପ ନେବ । ଉତ୍ତର ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ମୁହାଁ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବାତ୍ୟାର ତୀବ୍ରତା, ଗତିପଥ ଏବଂ ଏହା କେଉଁ ଦିଗ ଦେଇ ଗତି କରିବ ତାହା ଲଘୁଚାପ ସୃଷ୍ଟି ହେବା ପରେ ସ୍ପଷ୍ଟ ହେବ ବୋଲି ଆଇଏମଡ଼ି ପକ୍ଷରୁ କୁହାଯାଇଛି ।
ଅନ୍ୟପଟେ ଆଜିଠୁ ରାଜ୍ୟରେ ପାଗ ଶୁଖିଲା ରହିବ । ଟାଣ ଖରା ହେବା ସହ ତାପମାତ୍ରା ବୃଦ୍ଧି ପାଇବ । ଆସନ୍ତା ୪ରୁ ୫ ଦିନରେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ପାଖାପାଖି ୩ରୁ ୫ ଡିଗ୍ରୀ ଯାଏଁ ବଢିବା ସମ୍ଭାବନା ରହିଛି ।