ମେ ମାସରେ ଆସିବ କି ବାତ୍ୟା ?

ଭୁବନେଶ୍ୱର,୨/୫: ମେ’ ମାସରେ  ବାତ୍ୟା ନେଇ ଆଶଙ୍କା  ଲାଗିଛି । ହେଲେ ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇ ନାହିଁ । ଆଇଏମଡିର ସୂଚନା ଅନୁସାରେ ମେ’ ୫ ତାରିଖ ଆଡକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏହା ସହ ଆଇଏମଡି ପକ୍ଷରୁ କୁହାଯାଇଛି ଯେ, ବାତ୍ୟା ହେବା ନେଇ ଅନ୍ୟ ମଡେଲ ଆକଳନ କରୁଛନ୍ତି । ଅନ୍ୟ ମଡେଲ ଉପରେ ନଜର ରଖାଯାଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଏପଟେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜିଠୁ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ବିଶେଷ ପରିବର୍ତନ ହେବାର ସମ୍ଭାବନା ନାହିଁ ।