ଦେଶରେ ପୂର୍ବ ବର୍ଷ ତୁଳନାରେ ୧୧.୮ ପ୍ରତିଶତ ବଢିଛି ସାଇବର ଅପରାଧ

ନୂଆଦିଲ୍ଲୀ,୧୧/୨: ଦେଶରେ ଏବେ ଦିନକୁ ଦିନ ବଢି ଚାଲିଛି ସାଇବର ଅପରାଧ । ଏନସିଆରବିର ତଥ୍ୟ ଅନୁସାରେ ପୂର୍ବ ବର୍ଷ ତୁଳନାରେ ୧୧.୮ ପ୍ରତିଶତ ସାଇବର ଅପରାଧ ମାମଲା ବଢିଥିବା ସୂଚନା ମିଳିଛି । ୨୦୧୯ରେ ୪୪ ହଜାର ୭୫୩ କେସ୍ ଆସିଥିବା ବେଳେ ୨୦୨୦ରେ ୫୦ ହଜାର ୩୫ ଅପରାଧ ମାମଲା ପଂଜୀକରଣ ହୋଇଛି । ଏହା ମଧ୍ୟରୁ ୬୦ ପ୍ରତିଶତ ଠକେଇ ସଂପର୍କିତ ମାମଲାରହିଛି । ଅନ୍ୟପଟେ ୬.୬ ପ୍ରତିଶତ ଯୌନ ନିର୍ଯାତନା, ୪.୯ ପ୍ରତିଶତ ନିର୍ଯାତନା ମାମଲା ରହିଛି । ସାଇବର ଅପରାଧ ବଢ଼ୁଥିବାରୁ ଏହାକୁ ରୋକିବାକୁ ଗୁରୁତ୍ୱ ଦେଇଛି କେନ୍ଦ୍ର । ଏହାସହ ରାଜ୍ୟ ଗୁଡ଼ିକରେ କିପରି ଅଧିକ ସାଇବର ସେଲ୍ ଗଠନ କରାଯିବ ସେନେଇ ଗୁରୁତ୍ୱ ଦିଆଯାଉଛି । କମିଟି ରିପୋର୍ଟ ଅନୁସାରେ ପଂଜାବ, ରାଜସ୍ଥାନ, ଗୋଆ, ଆସାମ ପରି ରାଜ୍ୟରେ ଗୋଟିଏ ସାଇବର କ୍ରାଇମ୍ ସେଲ ରହିଥିବା ବେଳେ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଓ ଉତରପ୍ରଦେଶ ପରି ରାଜ୍ୟରେ ଗୋଟିଏ କି ଦୁଇଟି ସାଇବର କ୍ରାଇମ୍ ସେଲ୍ ରହିଛି ।