ଆସନ୍ତାକାଲି ୧୨ ଘଣ୍ଟିଆ କଟକ ବନ୍ଦ

ଭୁବନେଶ୍ୱର, ୧୨/୯: ଆସନ୍ତାକାଲି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦେଇଛି ବିଜେପି । ସକାଳ ୬ରୁ ସନ୍ଧ୍ୟା ୬ କଟକ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରା ରୁ ସମସ୍ତ ଜରୁରୀ ସେବା ବାଦ୍ ପଡ଼ିବ । ସୂଚାନଯୋଗ୍ୟ ଯେ ମୂର୍ତ୍ତି ଉଚ୍ଚତାକୁ ନେଇ ଉଠିଥିବା ବିବାଦ ପ୍ରସଙ୍ଗକୁ ନେଇ କଟକ ବନ୍ଦ ଡାକରା ଦିଆଯାଇଛି । ଅନ୍ୟପଟେ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ମୂର୍ତ୍ତି ଉଚ୍ଚତା ୪ଫୁଟ ରୁ ଅଧିକ ପାଇଁ ଅନୁମତି ନାହିଁ । ଏହାସହ ପୂଜା ପାଇଁ କୋଭିଡି କଟକଣା ଜାରି କରାଯାଇଛି ।