କଟକକୁ ସ୍ମାର୍ଟସିଟି କରିବା ଦିଗରେ ସରକାର ସଚେତନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨/୧୦: ରାଜ୍ୟରେ ଭୁବନେଶ୍ୱର ଓ ରାଉରକେଲା ପରେ କଟକ ମଧ୍ୟ ସ୍ମାର୍ଟସିଟି ତାଲିକାରେ ଯୋଡ଼ି ହେବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଟକ ଗସ୍ତରେ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆଗାମୀ ଦିନରେ କଟକ ସହର ସ୍ମାର୍ଟସିଟିରେ ପରିଣତ ହେବ। ଐତିହାସିକ କଟକକୁ ସ୍ମାର୍ଟସିଟି କରିବା ଦିଗରେ ସରକାର ସଚେତନ ଅଛନ୍ତି। ସେହିପରି କଟକ ସହରକୁ ସ୍ମାର୍ଟ କରିବା ପାଇଁ ବହୁଦିନରୁ ଦାବି ହୋଇଆସୁଛି। ଲୋକଙ୍କର ଆଶା କରିବା ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ କଟକ ଆସିଲେ ଏନେଇ ସମୀକ୍ଷା କରିବି।

ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ଗତକାଲି ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ବୁଲିବା ପରେ ଆଜି କଟକ ଗସ୍ତ କରିଥିଲେ। କଟକର ପ୍ରତାପନଗରୀଠାରେ ପୂଜାମଣ୍ଡପରେ ମା’ଙ୍କ ଦର୍ଶନ କରିବା ସହ ରାଜ୍ୟବାସୀଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ। ସେ ଏଠାରେ ମା’ଙ୍କୁ ପୁଷ୍ପାଞ୍ଜଳି ଦେବା ସହ ଆଳତି କରିଥିଲେ।

Leave a Reply

Your email address will not be published. Required fields are marked *