ଚଳିତ ବର୍ଷ କଟକରେ ହେବ ନାହିଁ ପ୍ରସିଦ୍ଧ ବାଲିଯାତ୍ରା 

କଟକ, ୩୦/୧୦(ଦି ପ୍ରଗତି ନ୍ୟୁଜ୍): କରୋନା ମୁକାବିଲା ନେଇ ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାରି ମଧ୍ୟରେ ଚଳିତ ବର୍ଷ କଟକରେ  ପ୍ରସିଦ୍ଧ ବାଲିଯାତ୍ରା  ହେବ ନାହିଁ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ସେ କହିଛନ୍ତି ଯେ କୋଭିଡ୍ ସ୍ଥିତିକୁ ଦେଖି ବାଲିଯାତ୍ରା ପାଇଁ ଅନୁମତି ଦେଇ ହେବନି । ଏଭଳି ଏକ ବିରାଟ ଆୟୋଜନ କଷ୍ଟକର ହେବ। ଏହାସହ କାର୍ତ୍ତିକ ପୂର୍ଣ୍ଣିମାରେ ସାମୂହିକ ବୋଇତ ବନ୍ଦାଣ ଉତ୍ସବ ବାରଣ କରାଯିବ । ଧବଳେଶ୍ୱରରେ ବି ବଡଓଷା ପାଳନ ସମ୍ଭବ ନୁହେଁ ବୋଲି ଜିଲ୍ଲାପାଳ କହିଛନ୍ତି।