ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଭୁବନେଶ୍ୱର,୦୬/୦୨: ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା । ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅନେକ ବର୍ଷ ଧରି କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳୁ ବୋଲି ଦାବି ହୋଇଆସୁଥିଲେ ଆଜି ତାହା ପୂରଣ ହୋଇଛି । କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୦ରେ ମୋଦୀ ସରକାରଙ୍କୁ ଏନେଇ ନବୀନ ଚିଠି ଲେଖିଥିଲେ । ଏପରିକି ଗତବର୍ଷ କଟକ ବାଲିଯାତ୍ରା ସମୟରେ ଏହାକୁ ଜାତୀୟ ମାନ୍ୟତା ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିଶ୍ରୁତି ଦେଇଥିଲେ । ଯାହା ଏବେ ପୂରଣ ହୋଇଛି ।

Leave a Reply

Your email address will not be published. Required fields are marked *