ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ ବାଲିଯାତ୍ରା

କଟକ,୧୫/୧୧: ଐତିହାସିକ ବାଲିଯାତ୍ରା ଆସନ୍ତାକାଲି ଶେଷ ହେବାକୁ ଥିବା ବେଳେ ପ୍ରଶାସନ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ ବାଲିଯାତ୍ରା । ଗୋଟିଏ ଦିନ ବୃଦ୍ଧି ନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବୁଧବାର ଶେଷ ହେବାର ଥିଲା, ହେଲେ ଗୁରୁବାର ସରିବ ବାଲିଯାତ୍ରା ।ଏହି ଯାତ୍ରାର ଅବଧି ଆଉ ଗୋଟିଏ ଦିନ ବଢ଼ିବା ପରେ ବାଲିଯାତ୍ରାପ୍ରେମୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେଲୋକଙ୍କ ଉତ୍ସାହକୁ ଦେଖି ବାଲିଯାତ୍ରା ଆଉ ୨ ଦିନ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେବାକୁ ସିଏମସି ବୈଠକରେ ଆଲୋଚନା ହୋଇଥିଲା । କିନ୍ତୁ କଟକ ଜିଲ୍ଲାପାଳ ମାତ୍ର ଗୋଟିଏ ଦିନ ବାଲିଯାତ୍ରା ବଢ଼ିବ ବୋଲି ସୂଚନା ଦେଇଛନ୍ତି ।