ରାଜଧାନୀରେ ଗରମ ଗୁଳୁଗୁଳି ସହ ଦାଉ ସାଧୁଛି ବିଦ୍ୟୁତକାଟ

ଭୁବନେଶ୍ୱର,୭/୬: ଅସହ୍ୟ ଗରମ ତାତିକୁ ରାଜଧାନୀରେ ଅସହ୍ୟ ହେଉଛି ବିଦ୍ୟୁତକାଟ ଯନ୍ତ୍ରଣା । ଘଣ୍ଟା ଘଣ୍ଟା ଧରି ବାରମ୍ବାର ଯାଉଛି ଲାଇନ୍ । ଲାଇନ୍ ରହୁନଥିବାରୁ ଲୋକେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ।
ଭୁବନେଶ୍ୱର କଳିଙ୍ଗ ବିହାରରୁ ଏପରି ଚିତ୍ର ସାମ୍ନାକୁ ଆସିଛି । ଦୀର୍ଘ ସମୟ ଲାଇନ୍ ନଆସିବାରୁ ରାତି ଅଧରେ ଇଲେକ୍ଟ୍ରି ଅଫିସରେ ପହଂଚିଥିଲେ ଲୋକେ । ଇଲେକ୍ଟ୍ରି ଅଫିସରରେ ହଙ୍ଗାମା ଦେଖିବାକୁ ମିଳିଥିଲା । କେବଳ କଳିଙ୍ଗ ବିହାର ନୁହେଁ, ରାଜଧାନୀର ଅନେକ ସ୍ଥାନରେ ଏପରି ବିଦ୍ୟୁତକାଟ ହେଉଥିବା ଅଭିଯୋଗ ହୋଇଛି ।