ୟୁକ୍ରେନରେ ଲାଗିଛି କଡ଼ା କର୍ଫ୍ୟୁ

ନୂଆଦିଲ୍ଲୀ, ୨୭/୨: ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ୟୁକ୍ରେନରେ କଡ଼ା କର୍ଫ୍ୟୁ ଲାଗୁ ହୋଇଛି। କର୍ଫ୍ୟୁ ସମୟରେ ବାହାରେ ଥିବା ନାଗରିକଙ୍କୁ ଶତ୍ରୁ ପକ୍ଷର ସଦସ୍ୟ ବୋଲି ଗ୍ରହଣ କରାଯିବା ନେଇ ଗାଇଡଲାଇନ ଜାରି ହୋଇଛି। କର୍ଫ୍ୟୁ ବଳବତ୍ତର ଥିବାରୁ ଶୂନଶାନ ହୋଇଯାଇଛି ରାଜଧାନୀର ରାଜରାସ୍ତା ।

ଅନ୍ୟପକ୍ଷରେ ଜାରି ରହିଛି ଋଷିଆ-ୟୁକ୍ରେନ ଯୁଦ୍ଧ । ରାଜଧାନୀ କିଭ୍ ସମେତ ବିଭିନ୍ନ ସହରରେ ଜାରି ରହିଛି ଋଷର ଜୋରଦାର ଆକ୍ରମଣ। ସେହିିିପରି ୟୁକ୍ରେନ୍ ବି ଜବାବ୍ ଦେଉଛି। ମସ୍କୋର ଭିଟୋ ଯୋଗୁଁ ଜାତିସଂଘରେ ନିନ୍ଦା ପ୍ରସ୍ତାବ ଗୃହିତ ହୋଇପାରିଲାନି। ନିରପେକ୍ଷ ରହିଛନ୍ତି ଚୀନ ଓ ଭାରତ।