ପୁରୀ ପୌରାଞ୍ଚଳରେ ଲାଗିଲା ୨ ଦିନିଆ କର୍ଫ୍ୟୁ

ପୁରୀ, ୧୧/୭: ରାତି ପାହିଲେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। କରୋନା ସ୍ଥିତିକୁ ଦୃଷ୍ଟି ରେ ରଖି ରଥଯାତ୍ରା ପାଇଁ ପୁରୀ ପୌରାଞ୍ଚଳରେ ୨ ଦିନିଆ କର୍ଫ୍ୟୁ ଲାଗୁ କରାଯାଇଛି। ଜୁଲାଇ ୧୩ ରାତି ୮ଟା ଯାଏ  କର୍ଫ୍ୟୁ କଟକଣା ବଳବତ୍ତର ରହିବ। ପୁରୀ ଜିଲ୍ଲାର ୮ଟି ଯାକ ପ୍ରବେଶ ପଥକୁ ସିଲ୍ କରିଛି ପୋଲିସ ।ଆସନ୍ତା କାଲି ଲୋକଙ୍କୁ ବଡ଼ଦାଣ୍ଡକୁ ଯିବାକୁ ଅନୁମତି ନାହିଁ ଓ ସେଠାରେ ବ୍ୟାଙ୍କ ଓ ଔଷଧ ଦୋକାନ ମଧ୍ୟ ବନ୍ଦ ରହିବ ।