ଉତରାଖଣ୍ଡ ହଲଦ୍ୱାନୀରେ ହିଂସାକାଣ୍ଡ, କର୍ଫ୍ୟୁ ସହ ଇଣ୍ଟରନେଟ ସେବା ବନ୍ଦ

ନୂଆଦିଲ୍ଲୀ,୯/୦୨: ଉତରାଖଣ୍ଡ ହଲଦ୍ୱାନୀ ହିଂସାରେ ଉଠୁଛି ପଡୁଛି। ସୂଚନା ଅନୁସାରେ ଏବେ ସୁଦ୍ଧା ୫ରୁ ଅଧିକ ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଛନ୍ତି । ଗୁରୁବାର ଏଠାରେ ଥିବା ଏକ ବେଆଇନ ମଦ୍ରାସାକୁ ସ୍ଥାନୀୟ ପ୍ରଶାସନ ଭାଙ୍ଗିବାପରେ ସୃଷ୍ଟି ଉତେଜନାପୂର୍ଣ୍ଣ ମାହୋଲ ଏବେ ବି ଜାରି ରହିଛି ।ଘଟଣା ପଛରେ ପିଏଫଆଇ ଓ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କ ହାତ ଥିବା ଦାବି କରଯାଉଛି । ମଦ୍ରାସା ଚାରିପାଖରେ ଥିବା ଘର ଛାତରୁ ପେଟ୍ରୋଲ ବୋମା, ଗୁଳି, ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ସେପଟେ ସ୍ଥିତିକୁ ଆୟତ କରିବା ପାଇଁ ପୂରା ଜିଲ୍ଲାରେ ପୁଲିସ ଛାଉଣୀ ହେବା ସହ କର୍ଫ୍ୟୁ ଲଗାଯାଇଛି । ହଲଦ୍ୱାନିରେ ଗୁରୁବାରଠୁ ଇଂଟରନେଟ ସେବା ବନ୍ଦ କରାଯିବା ସହ ସମ୍ବେଦନଶୀଳ ସ୍ଥାନରେ ୧୪୪ ଧାରା ବଳବତର ରହିଛି । ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି । ଉପଦ୍ରବକାରୀଙ୍କୁ ଦେଖିବାମାତ୍ରକେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି ।