୩ଟି ମେଡିକାଲ କଲେଜର ଅଗ୍ରଗତି ନେଇ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୧୯/୧୧: ୩ଟି ମେଡିକାଲ କଲେଜର ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସମୀକ୍ଷା କରିଛନ୍ତି। ତାଳଚେର, ସୁନ୍ଦରଗଡ଼ ଓ ପୁରୀରେ ୩ଟି ମେଡିକାଲ କଲେଜ ହେବ। ପ୍ରତି ମେଡିକାଲ କଲେଜରେ ୧୦୦ଟି ଲେଖାଏଁ ସିଟ୍‌ ରହିବ। ତାଳଚେରରେ MCLର ସହଯୋଗରେ ଏହି ମେଡିକାଲ କଲେଜ କରାଯାଉଛି।

ବିନା ଲାଭ-କ୍ଷତିରେ ଟ୍ରଷ୍ଟ ଦ୍ବାରା ଚାଲିବ ତାଳଚେର ମେଡିକାଲ କଲେଜ। ଡିସେମ୍ବର ସୁଦ୍ଧା ଭିତ୍ତିଭୂମି ନିର୍ମାଣ କାମ ସାରିବାକୁ ନିର୍ଦେଶ ଦିଆଯାଇଛି। ସେହିପରି ପୁରୀରେ ୨୦୨୧-୨୨ ଶିକ୍ଷାବର୍ଷରୁ ପାଠପଢ଼ା ଆରମ୍ଭ ହେବ।

ସୁନ୍ଦରଗଡ଼ରେ NTPC ସହାୟତାରେ ମେଡିକାଲ କଲେଜ ହେବ। ଆସନ୍ତା ଶିକ୍ଷାବର୍ଷରୁ ପାଠପଢ଼ା ପାଇଁ MCIର ଅନୁମତି ଲୋଡ଼ିବେ ସରକାର ବୋଲି ସୂଚନା ମିଳିଛି।