ନୂଆପଡ଼ାରେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୧୦/୪: ଆଜି ନୂଆପଡ଼ା ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ତାଙ୍କ ସାଙ୍ଗରେ ଅଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ମଧ୍ୟ ନୂଆପଡ଼ାରେ ଆସିଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣିଥରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ତେଣୁ ପଶ୍ଚିମ ଓଡ଼ିଶା ଗସ୍ତରେ ଯାଇଛନ୍ତି ୩ ପ୍ରମୁଖ ଅଧିକାରୀ । କଳାହାଣ୍ଡି  ଓ ନୂଆପଡାରେ କୋଭିଡ ସ୍ଥିତିର ସେମାନେ ସମୀକ୍ଷା କରିଛନ୍ତି।