ହୀରାକୁଦରେ କେଜ୍ ଫିସ କଲଚରର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୨୨/୪: ହୀରାକୁଦରେ କେଜ୍ ଫିସ୍ କଲଚରର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ସେଠାରେ ସମୀକ୍ଷା ପରେ କମନ୍ ଫାସିଲିଟି ସେଣ୍ଟର ଏବଂ ପରୀକ୍ଷାଗାର ଶିଘ୍ର କାର୍ଯ୍ୟକାରୀ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ହୀରାକୁଦର କେଜ୍ ଫିସ୍ କଲ୍ଚର ଏକ ସଫଳ ମଡେଲ୍। ଆବଦ୍ଧ ମାଛ ଚାଷ ରାଜ୍ୟର ମଧୁରପାଣି ମାଛ ଉତ୍ପାଦନକୁ ବୃଦ୍ଧି କରିବ।କେଜ୍ ଫିସ୍ କଲଚର ମାତ୍ର ୧% ଅଞ୍ଚଳରେ ସୀମିତ ରଖିବାକୁ ପରାମର୍ଶ ଦେଲେ CS ସୁରେଶ ଚନ୍ଦ୍ର ମହାପାତ୍ର।