ବାଲେଶ୍ୱରରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୧୩/୪: ଆଜି ବାଲେଶ୍ବର ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ତାଙ୍କ ସହ ଅଛନ୍ତି ୫ଟି ସଚିବ ଭି. କେ ପାଣ୍ଡିଆନ  ଓ ପୂର୍ତ୍ତ ସଚିବ କ୍ରିଷନ କୁମାର । ସେଠାରେ ସେମାନେ ତାମୂଳିଆ କୁରୁଡ଼ା ଓଭର ବ୍ରିଜ ଓ ରାସ୍ତା ଉନ୍ନତିକରଣ ନେଇ ସମୀକ୍ଷା କରିଛନ୍ତି । ଏହାସହ ବସଷ୍ଟାଣ୍ଡ ଉନ୍ନତିକରଣ ଓ ରେମୁଣା ଗୋଲେଇ ଯାଏ ଆଲୋକୀକରଣର ମଧ୍ୟ ସମୀକ୍ଷା କରିଛନ୍ତି।

ଏହାପରେ ସେଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟ ଶାସନ ସଚିବ କହିଛନ୍ତି ମେଡିକାଲ କଲେଜ ଓ ମୁଖ୍ୟ ଚିକିତ୍ସାଳୟର ଆବଶ୍ୟକତା ପରଖିଛୁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ସ୍ଥିତି ମଧ୍ୟ ସମୀକ୍ଷା କରିଛୁ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ବାଲେଶ୍ବର ଗସ୍ତର ବିସ୍ତୃତ ରିପୋର୍ଟ ଦିଆଯିବ । ତାଙ୍କ ନିର୍ଦେଶରେ ଆବଶ୍ୟକ ଉନ୍ନତିମୂଳକ କାମ ହେବ ବୋଲି ସେ କହିଛନ୍ତି।