କ୍ୟାପିଟାଲ ରିଜିଅନ୍‌ ରିଙ୍ଗ୍‌ ରୋଡ୍‌କୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି

ଭୁବନେଶ୍ୱର, ୨୨/୪:କ୍ୟାପିଟାଲ ରିଜିଅନ୍‌ ରିଙ୍ଗ୍‌ ରୋଡ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରି ଦେଇଛନ୍ତି। ଏହି କ୍ୟାପିଟାଲ ରିଜିଅନ୍‌ ରିଙ୍ଗ୍‌ ରୋଡ୍ ୫ଟି ସହରକୁ ସଂଯୋଗ କରିବ । ୫ସହର ହେଉଛି ଖୋର୍ଦ୍ଧା, ଭୁବନେଶ୍ବର, ଆଠଗଡ଼, ଚୌଦ୍ବାର ଓ କଟକ। ଏହି ପ୍ରକଳ୍ପ ପାଇଁ ୬୦୦ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି। ଏହାସହ ଏହି ପ୍ରକଳ୍ପକୁ ଅଢ଼େଇ ବର୍ଷ ମଧ୍ୟରେ ଶେଷ କରାଯିବା ନେଇ ଲକ୍ଷ ରଖାଯାଇଛି। ଏହି କ୍ୟାପିଟାଲ ରିଜିଅନ୍‌ ରିଙ୍ଗ୍‌ ରୋଡ୍ ୬ ଲେନ୍‌ ବିଶିଷ୍ଟ ୧୧୧.୨ କିମିର।

ରାଜ୍ୟ ବଜେଟରୁ ୬୦୦କୋଟି ଓ ଜମି ଏହି ପ୍ରକଳ୍ପ ପାଇଁ NHAI କୁ ପ୍ରଦାନ କରାଯିବ | ଏହି ପ୍ରକଳ୍ପ ରାଜ୍ୟର ରାଜଧାନୀ ଅଞ୍ଚଳକୁ ସାମାଜିକ-ଅର୍ଥ ନୈତିକ ଅଭିବୃଦ୍ଧି ପାଇଁ ପ୍ରେରଣା ଯୋଗାଇବ ଏବଂ ଜଙ୍ଗଲ କ୍ଷେତ୍ର, ଇକୋ-ସମ୍ବେଦନଶୀଳ ଜୋନ୍ ଇତ୍ୟାଦି ଉପରେ ପ୍ରଭାବ ପକାଇବ।