ରାଜଧାନୀରେ ବୁଲିଲା ଖଣ୍ଡା, ଯୁବକ ଗୁରୁତର

ଭୁବନେଶ୍ୱର,୧୨/୮: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି। ଏହାରିିମଧ୍ୟରେ ଆଜି ମାଷ୍ଟରକ୍ୟାଣ୍ଟିନ ଛକରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଛି ଦୁର୍ବୃତ । ଖଣ୍ଡା ଓ କଟୁରୀରେ ଯୁବକଙ୍କୁ ହାଣି ଲହୁଲୁହାଣ କରି ପକାଇଛି ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଆହତ ଯୁବକଙ୍କୁ ଭର୍ତ୍ତି କରାଯାଇଛି । ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଆକ୍ରମଣ ପଛର କାରଣ ଏପର୍ଯ୍ରନ୍ତ ଜଣାପଡି ନାହିଁ । ଘଟଣାସ୍ଥଳରେ କମିଶନରେଟ୍ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।