ରାଜଧାନୀରୁ ୬ ନିଶା ବେପାରୀ ଗିରଫ

ଭୁବନେଶ୍ୱର,୨୬/୦୬: ରାଜଧାନୀ ଭୁବନେଶ୍ୱର ରେ ଏବେ ଅପରାଧ ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ଆଜି ଦୁଇଟି ପୃଥକ ଘଟଣାରେ ୬ ନିଶା ବେପାରୀ ଗିରଫ ହୋଇଛନ୍ତି। ବିପୁଳ ଗଞ୍ଜେଇ, ବ୍ରାଉନ୍‌ସୁଗାର ସହ ଗିରଫ କରିଛି ସହିଦନଗର ପୋଲିସ। ସୂଚନାଯୋଗ୍ୟ ଯେ ଶାନ୍ତିପଲ୍ଲୀ ବସ୍ତିରୁ ୪୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ ହେବା ସହ ୨ ଗିରଫ ହୋଇଛନ୍ତି। ସେହିପରି ବାଣୀବିହାରରୁ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ ସହ ୪ ଗିରଫ ହୋଇଛନ୍ତି। କନ୍ଧମାଳରୁ କାରରେ ଚାଲାଣ ବେଳେ ସହିଦନଗର ପୋଲିସ ଦ୍ୱାରା ଜବତ ହୋଇଛି।