ଭାରତ ଇଂଲଣ୍ଡ ମ୍ୟାଚ୍: ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ, କାଉଣ୍ଟରରେ ଠେଲାପେଲା ସ୍ଥିତି

ଭୁବନେଶ୍ୱର,୦୫/୦୨: କଟକରେ ଟିକେଟ୍ ପାଇଁ ସ୍ଥିତି ଅଣାୟତ ହୋଇଛି । ଭାରତ ଇଂଲଣ୍ଡ ମ୍ୟାଚ୍ ପାଇଁ ଆଜି ଅଫଲାଇନ୍ ଟିକେଟ୍ ବିକ୍ରି ହେଉଛି । ଯାହାକୁ ନେଇ କଟକ ବାରବାଟୀରେ ଲୋକଙ୍କ ନାହିଁ ନଥିବା ଭିଡ ସକାଳୁ ସକାଳୁ ଦେଖିବାରୁ ମିଳିଥିଲା । ସମୟ ବଢିବା ସହ ଭିଡ ମଧ୍ୟ ବଢିଥିଲା । ଟିକେଟ୍ କାଉଣ୍ଟର ଖୋଲିବା ପରେ ଭିଡ ବଢି ଠେଲାପେଲା ସ୍ଥିତିରେ ପହଞ୍ଚିଥିଲା । ଠେଲାପେଲା ଓ ଭିଡ ଭିତରେ ଅନେକ ଲୋକ ଅଚେତ୍ ହୋଇପଡିଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଥିଲା । ଆଉ ଏବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ପଳାଇଛି । ଟିକେଟ୍ ପାଇଁ କାଉଣ୍ଟର ଆଗରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ଦଳଚକଟା ପରିସ୍ଥିତି ଉପୁଜିଛି । ଟିକେଟ୍ ପାଇଁ ଲୋକଙ୍କ ଉପରେ ଲୋକ ଚଢିଯାଉଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ଭିଡ ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ଲୋକେ ଅଚେତ୍ ହେଉଛନ୍ତି । ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ନାକେଦମ୍ ହୋଇପଡିଲାଣି । ଏହାରି ଭିତରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି କଟକ ଡିସିପି ।