ଭୁବନେଶ୍ୱର, ୧/୦୪: ଗୁଜରାଟ ବନାସକଣ୍ଠା ନିକଟ ଡିସାଠାରେ ବଡ଼ ଅଘଟଣ ଘଟିଛି । ଏଠାରେ ଥିବା ଏକ ବାଣ କାରଖାନାର ବୟଲର ଫାଟିବା କାରଣରୁ ମଧ୍ୟପ୍ରଦେଶର ୧୮ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଏହାସହ ୩ ଜଣ ଗୁରତର ହୋଇଥିବା ବେଳେ ୫ ଜଣ ଶ୍ରମିକ ସାମାନ୍ୟ ଆହାତ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ବୟଲର ଫାଟିବା ବେଳେ ଶ୍ରମିକମାନେ ସେଠାରେ କାମ କରୁଥିଲେ । ବିସ୍ଫୋରଣ ଏତେ ଭୟଙ୍କର ଥିଲା କି, କିଛି ଶ୍ରମିକଙ୍କ ଅଙ୍ଗ ୫୦ ମିଟର ଦୂର ପର୍ଯ୍ୟନ୍ତ ଛିଟିକି ପଡିଥିଲା । ଅଗ୍ନିଶମ ବିଭାଗ ନିଆଁକୁ ଆୟତ କରିବାକୁ ୫ ଘଣ୍ଟା ସମୟ ଲାଗିଥିଲା ।