ନୂଆଦିଲ୍ଲୀ,୬/୦୨: ମଧ୍ୟପ୍ରଦେଶ ହରଦା ଜିଲ୍ଲାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ । ଏହି ବିସ୍ଫୋରଣରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି । ହରଦା ଜିଲ୍ଲାର ବେରାଗଡ଼ ଅଞ୍ଚଳରେ ଥିବା ବାଣ କାରଖାନାରେ ଭୟାବହ ବିସ୍ଫୋରଣ ହୋଇଛି । କାରଖାନା ଭିତରେ ଅନେକ ଲୋକ ଫସିଥିବାର ସନ୍ଦେହ କରାଯାଉଛି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଜରୁରୀ ବୈଠକ ଡାକିଛନ୍ତି । ବାଣ କାରଖାନାର ଆଖପାଖରେ ଥିବା ପ୍ରାୟ ୬୦ଟି ଘର ପ୍ରଭାବିତ ହୋଇଛି । ନିକଟରେ ଥିବା ପ୍ରାୟ ଶହେଟି ଘରକୁ ଖାଲି କରିଛି ପ୍ରଶାସନ । ବାଣ କାରଖାନା ଭିତରେ ଲଗାତାର ଭାବେ ବିସ୍ଫୋରଣ ହେଉଥିବା ଦେଖିବାକୁ ମିିଳିଛି । ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଥିବା ବେଳେ ଏନଡିଆରଏଫ ଓ ଏସଡିଆରଏଫକୁ ଘଟଣାସ୍ଥଳକୁ ପଠାଯାଇଛି ।