ଘାତକ ସାଜିପାରେ କୋଭିଡି ଟିକା କୋଭିସିଲ୍ଡ, ବିରଳ ପାଶ୍ୱର୍ପ୍ରତିକ୍ରିୟା ସହ ଆଣିପାରେ ଏହି ବଡ଼ ସମସ୍ୟା

ନୂଆଦିଲ୍ଲୀ,୩୦/୦୪: କରୋନା ବିରୋଧରେ ଲଢେଇ କରୁଥିବା ଟିକା ହୋଇପାରେ ଘାତକ । କୋଭିସିଲ୍ଡ ଭ୍ୟାକ୍ସିନ୍କୁ ନେଇ ଏବେ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । କୋଭିସିଲ୍ଡ ଟିକାରୁ ଦେଖାଦେଇପାରେ ବିରଳ ପାଶ୍ୱର୍ପ୍ରତିକ୍ରିୟା । ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡକୁ ନେଇ କୋର୍ଟରେ ଏକ ମାମଲା ଚାଲିଥିଲା । ଏହି ଭାକ୍ସିନରେ ପାଶ୍ୱର୍ପ୍ରତିକ୍ରିୟା ଥିବା ନେଇ କୋର୍ଟରେ ଚାଲିଥିଲା ମାମଲା । ଶେଷରେ ୪ ବର୍ଷ ଲଢେଇ ପରେ କୋର୍ଟରେ ସତ ମାନିଛି ଆଷ୍ଟ୍ରାଜେନିକା କମ୍ପାନୀ । କୋଭିସିଲ୍ଡ ଟିକାରୁ ଲୋକଙ୍କ ଭିତରେ ବିରାଳ ପାଶ୍ୱର୍ପ୍ରତିକ୍ରିୟା ଦେଖାଦେଇପାରେ ବୋଲି ସ୍ୱିକାର କରିଛି ଆଷ୍ଟ୍ରାଜେନିକା । ଶରୀରରେ ରକ୍ତଜମାଟ, ହୃଦଘାତ , ମସ୍ତିଷ୍କ ଘାତ ଭଳି ସମସ୍ୟା ଦେଖାଦେଇପାରେ ବୋଲି ସ୍ୱୀକାର କରିଛି ଆଷ୍ଟ୍ରାଜେନିକା ।