ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ଜଣେ କୋଭିଡ଼ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୬/୧୨: ଏବେ ଚିନ୍ତାର ବିଶ୍ୱ ପାଲଟିଛି କରୋନାର ନୂଆ ଭ୍ୟାରିଆଣ୍ଟ ଜେଏନ ଡଟ୍ ୱାନ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ଜଣେ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଛି । ଆଜିର ସଂକ୍ରମିତଙ୍କୁ ମିଶାଇ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଭାରତ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ସଂକ୍ରମଣ ବଢିବା ସାଙ୍ଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଗକୁ ନୂଆବର୍ଷ ଆସୁଥିବା ବେଳେ ଜନସମାଗମ ଯୋଗୁ ସଂକ୍ରମଣ ଦ୍ରୁତ ବେଗରେ ବ୍ୟାପିବା ନେଇ ଆଶଙ୍କା ଦେଖାଦେଇଛି । କର୍ଣ୍ଣାଟକ, ତାମିଲନାଡୁ, କେରଳ ସମେତ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ଦେଖିବାକୁ ମିଳୁଛି । ଦେଶରେ ବଢୁଥିବା ସଂକ୍ରମଣକୁ ନେଇ କେନ୍ଦ୍ର ସରକାର ପ୍ରସ୍ତୁତ ରହିଥିବା ବେଳେ ଲୋକଙ୍କୁ ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରାଇନେବାକୁ ବିଶେଷଜ୍ଞ ମାନେ ପରାମର୍ଶ ଦେଉଛନ୍ତି ।