କରୋନା ଚିହ୍ନଟ ପରେ ଜାରି ହେଲା ଆଡ଼ଭାଇଜରି

ଭୁବନେଶ୍ୱର,୨୩/୧୨: ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗାଇଡଲାଇନ୍ ଜାରି ରହିଛି। ବୟସ୍କଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ପ୍ରଥମ ଥର ପାଇଁ ଟୁଇଟ କରି ସ୍ୱାସ୍ଥ୍ୟ ବିଭାଗ ମାସ୍କ ପିନ୍ଧିବାକୁ ଅପିଲ କରିଛି । ବିଶେଷ କରି ବୟସ୍କ ମାନେ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ କୁହାଯାଇଛି । ଏପରିକି ଏକାଧିକ ରୋଗରେ ଆକ୍ରାନ୍ତ ଥିବା ବୟସ୍କ ଭିଡ଼ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ତେବେ ଗତ ୨୪ ଘଂଟାରେ ରାଜ୍ୟରେ ଜଣେ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ କରୋନାରେ ସଂକ୍ରମିତ ହୋଇଥିବା ରୋଗୀ ଏବେ ସୁସ୍ଥ ଅଛନ୍ତି ଓ ସେ ଘରେ ରହି ଚିକିତ୍ସିତ ହେଉଛନ୍ତି । ସେହିପରି ଗତ ୨୪ ଘଂଟାରେ ଦେଶରେ ୭୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।