ବ୍ରିଟେନରେ ବ୍ୟାପୁଛି କୋଭିଡର ନୂଆ ଭାରିଆଣ୍ଟ

ନୂଆଦିଲ୍ଲୀ, ୭/୮:  ପୁଣି ଥରେ କାୟା ମେଲାଇଛି କରୋନା। ଏବେ ଇଂଲଣ୍ଡରେ ଏରିସ୍ ବା ଇଜି.୫.୧ ନାମକ ଏକ ନୂଆ କୋଭିଡ୍ ଭାରିଆଣ୍ଟ ଏବେ ଚିନ୍ତାର କାରଣ ପାଲଟିଛି। ସମଗ୍ର ବ୍ରିଟେନରେ ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଜୁଲାଇ ୩୧ତାରିଖରେ ପ୍ରଥମେ ଏହାକୁ ଭାରିଏଣ୍ଟ ଭାବେ ଚିହ୍ନଟ କରାଯାଇଥିଲା। ଏରିସ୍ ହେଉଛି ଓମିକ୍ରୋନ୍ ଷ୍ଟ୍ରେନ୍ ର ଏକ ସବ୍-ଭାରିଏଣ୍ଟ। ଏହା ଏବେ ଦ୍ବିତୀୟ ସର୍ବାଧିକ ସଂକ୍ରମଣଶୀଳ ଭାରିଆଣ୍ଟ ରେ ପରିଣତ ହୋଇଛି। ପ୍ରତି ୧୦ ଟି କୋଭିଡ୍ ମାମଲା ମଧ୍ୟରୁ ଗୋଟିଏ ଏରିସ ମାମଲା ବାହାରୁଛି ।