ସବୁ ହସ୍ପିଟାଲରେ ଚାଲିଛି କୋଭିଡ ମକଡ୍ରିଲ

ଭୁବନେଶ୍ବର,୧୦/୪: ଦେଶ ଓ ରାଜ୍ୟରେ ଏବେ କରୋନା ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ କୋଭିଡ ସ୍ଥିତିକୁ ନେଇ ମକଡ୍ରିଲ କରାଯିବ। ଏହି ସଂପର୍କରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, ଏବେ ନୂଆ ଏକ ଭାରିଆଣ୍ଟ ଆସୁଛି। ଏହାକୁ ନେଇ ସମଗ୍ର ଦେଶରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଉଛି। କେନ୍ଦ୍ର ସରକାର କୋଭିଡ ସଂଖ୍ୟାକୁ ନେଇ ଏକ ନୂଆ ଆଡ଼ଭାଇଜରି ଜାରି କରିଛନ୍ତି। ଆମକୁ କଡାକଡି ନିୟମ ପାଳନ କରିବାକୁ ପଡ଼ିବ।

ଆମ ରାଜ୍ୟରେ ମାସେ ଭିତରେ ପିକ ଆସିପାରେ। ଆମେ କିଭଳି ପ୍ରସ୍ତୁତ ରହିଛନ୍ତି ସେଥିପାଇଁ ମକଡ୍ରିଲ କରାଯିବାକୁ କୁହାଯାଇଛି। କ୍ୟାପିଟାଲ ହସ୍ପିଟାଲ ଡାକ୍ତର , ପରମେଡିକସ , ବିଭାଗୀୟ ମୁଖ୍ୟଙ୍କ ଭଳି ସମସ୍ତ ଲୋକେ ଏହି ଡ୍ରିଲରେ ରହିବେ। କ୍ୟାପିଟାଲ ହସ୍ପିଟାଲ ମଧ୍ୟ ପ୍ରସ୍ତୁତ ଅଛି। ଯେହେତୁ କୋଭିଡ ରୋଗୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରେ ବେଡର ବ୍ୟବସ୍ଥା ନାହିଁ, ତଥାପି ଆସୁଥିବା କୋଭିଡ ରୋଗୀଙ୍କର କିଭଳି ଚିକିତ୍ସା କରାଯାଇପାରିବ ସେନେଇ କ୍ୟାପିଟାଲ ହସ୍ପିଟାଲ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି।