ଭାରତର ପ୍ରଥମ ଛୁଞ୍ଚିବିହୀନ କୋଭିଡ୍‌ ଟିକା ଜାଇକୋଭ୍‌-ଡିର ଶୁଭାରମ୍ଭ

ନୂଆଦିଲ୍ଲୀ: ଦେଶରେ ଏବେ କ ରୋନା ସଂକ୍ରମଣ ହାର ହ୍ରାସ ପାଇଛି । ତେଣୁ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ଏହାରି ମଧ୍ୟରେ ଆଜି ବିହାରର ପାଟନାରେ ଭାରତର ପ୍ରଥମ ଛୁଞ୍ଚିବିହୀନ କୋଭିଡ୍‌-୧୯ ନିରୋଧୀ ଟିକା ‘ଜାଇକୋଭ୍‌-ଡି’ର ଶୁଭାରମ୍ଭ କରାଯାଇଛି। ଏହି ପଦ୍ଧତିରେ ଟିକାକରଣ କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ୩ଟି ଟିକାକରଣ କେନ୍ଦ୍ରରେ ଆରମ୍ଭ ହୋଇଛି । ସୂଚାନଯୋଗ୍ୟ ଯେ ପାଟଳିପୁତ୍ର ସ୍ପୋର୍ଟସ୍‌ କମ୍ପ୍ଲେକ୍ସ୍‌, ପଲିଟେକ୍‌ନିକ୍‌ କଲେଜ୍‌ ଏବଂ ଗୁରୁନାନକ ଭବନରେ ଏହି ଟିକା ଦାନ କେନ୍ଦ୍ର ଖୋଲିଛି। କୋଭାକ୍ସିନ୍‌’ ପରେ ‘ଜାଇକୋଭ୍‌-ଡି’ ହେଉଛି ଭାରତର ଦ୍ୱିତୀୟସ୍ୱଦେଶୀ ଟିକା। ୧୨ ରୁ ୧୫ ବର୍ଷ ବୟସ୍କ ପିଲାଙ୍କ ଦିଆଯିବା ପାଇଁ ମଞ୍ଜୁରି ମିଳିଥିଲେ ବି ଭାରତରେ ପ୍ରଥମେ ପ୍ରାପ୍ତ ବୟସ୍କମାନଙ୍କୁ ‘ଜାଇକୋଭ୍‌-ଡି’ ଦିଆଯାଉଛି। ଜାଇଡସ୍‌ କାଡିଲା ଔଷଧ କମ୍ପାନି ଦ୍ୱାରା ନିର୍ମିତ ‘ଜାଇକୋଭ୍‌-ଡି’ ୨୮ ଏବଂ ୫୬ ଦିନ ବ୍ୟବଧାନରେ ୩ଟି ଡୋଜ୍‌ରେ ଦିଆଯାଏ। ପ୍ରତି ଡୋଜ୍‌ ଟିକା ଡାହାଣ ଓ ବାମ ହାତରେ ୨ ଥରରେ ଦିଆଯାଏ। ଅର୍ଥାତ୍‌, ଟିକା ଡୋଜ୍‌ ପୂର୍ଣ୍ଣ କରିବାକୁ (୩ ଡୋଜ୍‌) ଜଣେ ବ୍ୟକ୍ତିଙ୍କୁ ୬ଥର ଟିକା ନେବାକୁ ପଡ଼ିବ ବୋଲି ସୂଚନା ରହିଛି ।