ଆଜି ସୁଦ୍ଧା କୋଟିଏ ଲୋକଙ୍କୁ ଦିଆସରିଲାଣି ଡବଲ ଡୋଜ୍‌ ଟିକା

ଭୁବନେଶ୍ୱର, ୧୮/୧୦: ରାଜ୍ୟରେ କରୋନା ସଂକ୍ରମଣ ରୋକିବା ପାଇଁ ଟିକାକରଣକୁ ଜୋରଦାର କରାଯାଇଛି। ଏହାରିମଧ୍ୟରେ ଆଜି କୋଭିଡ ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିିଛି ଓଡ଼ିଶା। ଆଜି ସୁଦ୍ଧା କୋଟିଏ ଲୋକଙ୍କୁ ଡବଲ ଡୋଜ୍‌ ଟିକା ଦିଆସରିଛି। ଟିକାକରଣରେ ସଫଳତା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛିି।

ସୂଚନାଯୋଗ୍ୟ ଯେ ସେହିପରି ଆଜି ରାଜ୍ୟରେ ୩୪୦  ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ଏବେ ସୁଦ୍ଧା ରାଜ୍ୟରେ ୧୦ ଲକ୍ଷ ୩୫ ହଜାର ୪୧୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୦,୨୨,୨୫୦ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୪ ହଜାର ୮୨୪ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।