ମାଗଣାରେ ମିଳିବ କରୋନା ଟିକା

ଭୁବନେଶ୍ୱର,୨୫/୪: ଆଜି କରୋନା ସ୍ଥିତି ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ରାଜ୍ୟବାସୀଙ୍କୁ ମାଗଣାରେ ମିଳିବ କରୋନା ଟିକା । ୧୮ରୁ ୪୫ ବର୍ଷର ଲୋକଙ୍କୁ  ମାଗଣା ଟିକା ଦିଆଯିବ ବୋଲି ସେ କହିଛନ୍ତି।

ସାରା ଦେଶ କଠିନ ପରିସ୍ଥିତି ଦେଇ ଗତିକରୁଛି। ଶ୍ମଶାନ ଘାଟରେ ଶବଦାହ ପାଇଁ ଜାଗା ମିଳୁନି।ଏଭଳି ସ୍ଥିତି କେବେ ବି ଆସିନଥିଲା।ତେଣୁ ପ୍ରତିଟି ଜୀବନ ମୂଲ୍ୟବାନ। ଲକଡାଉନ, ସଡଡାଉନ  କେବେ ବି ଚାହେଁନି। ଅର୍ଥନୀତି ସହ ଜୀବନ ରକ୍ଷାକୁ ଗୁରୁତ୍ୱ ଦିଏ ବୋଲି ସେ କହିଛନ୍ତି। ତେଣୁ ସମସ୍ତେ କୋଭିଡ ନିୟମ ମାନନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।