ରାଜ୍ୟରେ ପୁଣି ବଢ଼ିଲା ପ୍ରଥମ ପର୍ଯ୍ୟାୟ ଟିକାଦାନର ଅବଧି

ଭୁବନେଶ୍ୱର, ୧୪/୨:ରାଜ୍ୟରେ ବର୍ତ୍ତମାନ ଟୀକା ଦାନ ଜାରି ରହିଥିଲା । ଏହାରି ମଧ୍ୟରେ ରାଜ୍ୟରେ ପୁଣି ଥରେ ପ୍ରଥମ ପର୍ଯ୍ୟାୟ ଟିକାଦାନର ଅବଧି ବଢିଥିବା ସୂଚନା ମିଳିଛି ।ଫେବ୍ରୁଆରି ୨୫ ସୁଦ୍ଧା ସବୁ ସ୍ବାସ୍ଥ୍ୟକର୍ମୀଙ୍କ ଟିକାକରଣ ସାରିବାକୁ ନିର୍ଦେଶ ଦିଆଯାଇଛି। ଏନେଇ ସବୁ ଜିଲ୍ଲାପାଳ, କମିସନର ଓ CDMOଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ। ଅନ୍ୟପଟେ ଫେବ୍ରୁଆରି ୧୫ରୁ ଦିଆଯିବ ଦ୍ବିତୀୟ ଡୋଜ୍‌ କୋଭିଡ ଟିକା।