BMCର ୨୫ଟି କେନ୍ଦ୍ରରେ କୋଭିଡ୍ ଟେଷ୍ଟ ବ୍ୟବସ୍ଥା

ଭୁବନେଶ୍ୱର,୩/୦୭: ରାଜ୍ୟରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏବେ ୩୦୦ ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାରିମଧ୍ୟରେ ଭୁବନେଶ୍ୱରରେ ୨୫ଟି UPHC/UCHCରେ କୋଭିଡ୍ ଟେଷ୍ଟ ବ୍ୟବସ୍ଥା ହୋଇଛି। ସକାଳ ୯ଟାରୁ ୧୧ଟା ୩୦ ଓ ସନ୍ଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ ଟେଷ୍ଟିଂ ହେବ। କ୍ୟାପିଟାଲ ହସ୍ପିଟାଲ୍‌ରେ ସକାଳ ୮ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଟେଷ୍ଟିଂ ହେବ। କୋଭିଡ୍ ଟେଷ୍ଟ ନେଇ ସ୍ୱାସ୍ଥ୍ୟକେନ୍ଦ୍ର ତାଲିକା ପ୍ରକାଶ କରିଛି BMC।