ପାର୍ବଣ ଋତୁରେ କୋଭିଡ ନିୟମ ପାଳନ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ଚିଠି

ନୂଆଦିଲ୍ଲୀ ,୨୪/୧୦: ଦେଶରେ କୋଭିଡ ସଂକ୍ରମଣ କମୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଜିରୋ ହୋଇନି । ଏବେ ପାର୍ବଣ ଋତୁ ଚାଲିଛି । ଏହାରିମଧ୍ୟରେ ପାର୍ବଣ ଋତୁରେ କୋଭିଡ ନିୟମ ପାଳନ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି । ସବୁ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟ ବିଭାଗକୁ ଏନେଇ ଚିଠି ଲେଖିଛନ୍ତି । ଟିକାକରଣରେ ଶହେ କୋଟି ମାଇଲଷ୍ଟୋନ ସତ୍ତ୍ବେ ସଜାଗ ରହିବାକୁ ହେବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କୋଭିଡ ଏସ.ଓ.ପି ଅନୁପାଳନ କରିବାକୁ ପରାମର୍ଶ ଦିଆଯାଇଛି । ପଜିଟିଭିଟି ୫ ପ୍ରତିଶତରୁ ଅଧିକ ଥିବା ଅଞ୍ଚଳରେ ସମସ୍ତ ପ୍ରକାର ଗହଳି ବାରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାର୍ବଣ ବେଳେ ରାଜ୍ୟ ସରକାର ପରିସ୍ଥିତିକୁ ଦେଖି ଆଗୁଆ ନିର୍ଦ୍ଦେଶ ଦେବେ । ମଲ୍ ବା ବଜାର ଖୋଲିବା ନେଇ ୨୦୨୦ ନଭେମ୍ବର ୩୦ ଗାଇଡଲାଇନ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟ-ଟ୍ରାକ-ଟ୍ରିଟ-ଟିକାକରଣ-କୋଭିଡ କଟକଣା ଅନୁପାଳନ ଜରୁରୀ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ।