ରାଜ୍ୟରେ କୋଭିଡ୍ ସ୍ଥିତି ନେଇ କଣ କହିଲେ ଏସଆରସି

ଭୁବନେଶ୍ୱର, ୨୬/୧: ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ୧୦ ହଜାର ତଳେ ରହୁଛି।ତେଣୁ  ସଂକ୍ରମଣ କମିବାର ସଙ୍କେତ ମିଳିଛି ଓ ପରିସ୍ଥିତିରେ ଉନ୍ନତି ଆସିବାର ସମ୍ଭାବନା ରହିଛି। ସେ ଏହା ମଧ୍ୟ କହିଛନ୍ତି ଯେ ଲୋକେ କଟକଣା ମାନିଲେ ତୃତୀୟ ଲହର କମ୍ ଦିନରେ ସରିଯିବ। ସମସ୍ତେ ସଜାଗ ରହିଲେ ଏବେକା ସ୍ଥିତିରୁ ଭଲ ପରିସ୍ଥିତିକୁ ଆସିଯିବା ବୋଲି ଏସଆରସି କହିଛନ୍ତି।