ରାଜ୍ୟରେ କରୋନା ସ୍ଥିତି ନେଇ କଣ କହିଲେ ସ୍ବାସ୍ଥ୍ୟ ନିର୍ଦେଶକ?

ଭୁବନେଶ୍ୱର, ୨୩/୧: ରାଜ୍ୟରେ ଏବେ ୩ଦିନ ହେବ କରୋନା ସଂକ୍ରମଣ କମୁଛି। ଏହାରିମଧ୍ୟରେ ରାଜ୍ୟରେ କରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଓଡ଼ିଶାରେ ୧୨ ତାରିଖରୁ ସଂକ୍ରମଣ ଧୀରେ ଧୀରେ କମିବା ଆରମ୍ଭ କରିଛି ।  ଏବେ ଟେଷ୍ଟିଂ ୭୦ ହଜାର ଉପରେ ରହିଛି । ପିକ୍ ଛୁଇଁଛି ନା ନାହିଁ ତାହା ଜାଣିବାକୁ ଆଉ ୨ରୁ ୪ଦିନ ଅପେକ୍ଷା କରିବାକୁ ପଡ଼ିବ । ଆସନ୍ତା କିଛି ଦିନ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ଓ ଆମ ରାଜ୍ୟ ଦେଶ ଅପେକ୍ଷା ଭଲ ସ୍ଥିତରେ ଅଛି ବୋଲି ସେ କହିିିଛନ୍ତି।