କିଶୋରଙ୍କ ଟିକାକରଣକୁ ତ୍ବରାନ୍ବିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶ

ନୂଆଦିଲ୍ଲୀ, ୯/୧: ଦେଶରେ ଏବେ କରୋନା ଓ କରୋନାର ନୂଆ ପ୍ରଜାତି ଓମିକ୍ରନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ପୁଣି ଏବେ କରୋନାର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଯେଉଁଥିରେ ପିଲାମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହାରିମଧ୍ୟରେ ଆଜି ଦେଶରେ କୋଭିଡ ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା କରିଛନ୍ତି। ସେ କିଶୋରଙ୍କ ଟିକାକରଣକୁ ତ୍ବରାନ୍ବିତ କରିବାକୁ ନିର୍ଦେଶ ଦେଇଛନ୍ତି। କଣ୍ଟେନମେଣ୍ଟ ଓ ନିରୀକ୍ଷଣକୁ ଜୋରଦାର କରିବାକୁ ମଧ୍ୟ ନିର୍ଦେଶ ଦେବା ସହ କୋଭିଡ ସମୟରେ ଅଣକୋଭିଡ ରୋଗୀଙ୍କୁ ଅବହେଳା ନକରିବାକୁ ପରାମର୍ଶ ଦେଇଛନ୍ତି। ଏହାସହ ଖୁବ୍‌ ଶୀଘ୍ର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ  ବୈଠକ ହେବ ବୋଲି ସୂଚନା ରହିଛି।