୫ରୁ ୬ ଦିନ ପରେ କମିବ ସଂକ୍ରମଣ

ଭୁବନେଶ୍ୱର, ୭/୫: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଦିନକୁ ୧୨ହଜାର ପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାରି ମଧ୍ୟରେ ରାଜ୍ୟରେ ୫ରୁ ୬ ଦିନ ପରେ ସଂକ୍ରମଣ କମିବ। କରୋନା ସଂକ୍ରମଣ ହାର ନେଇ ଏହି ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ। ସଂକ୍ରମିତଙ୍କ ଟେଷ୍ଟିଂ ଅଧିକ ହେଉଛି ତେଣୁ ୩-୪ ଦିନ ଏଭଳି ସ୍ଥିତି ରହିବ ବୋଲି ସେ କହିଛନ୍ତି। ଏହାସହ ଲକଡାଉନକୁ ମାନିବାକୁ ସେ ପରାମର୍ଶ ଦେଇଛନ୍ତି। ଆତଙ୍କିତ ହେବା ଦରକାର ନାହିଁ, ଘରେ ରହିଲେ ସଂକ୍ରମିତ ସଂଖ୍ୟା କମିବ। ଏହାସହ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁଁ ମୃତ୍ୟୁହାର କମ୍ ରହୁଛି। ସଂକ୍ରମିତଙ୍କ ସଂଖ୍ୟା କମିଲେ ମୃତ୍ୟୁହାର ମଧ୍ୟ କମିବ।